You are currently viewing ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୦୩.୦୧.୨୦୨୨, ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗସ୍ଥିତ ୱାଣ୍ଡରର୍ସ ଷ୍ଟାଡ଼ିୟମ୍‌ରେ ଅପରାହ୍ନ ସାଢ଼େ ୧ଟାରୁ ଏହି ମ୍ୟାଚ ଖେଳାଯିବ ।କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ପଡିଆକୁ ଓହ୍ଲାଇବ।  ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ଅଛି ଭାରତ । ଯଦି ଏହି ମ୍ୟାଚ୍ ଭାରତ ଜିତେ ତେବେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ସିରିଜ୍‌ ବିଜୟୀ ହେବ ଭାରତ  । ଏହି ମ୍ୟାଚକୁ  ହାତେଇବା ପାଇଁ  ଉଭୟ ଦଳ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରି ମଇଦାନ କୁ ଓହ୍ଲାଇବ ।
ତେବେ ମ୍ୟାଚରେ ଦଳରେ ଅଦଳବଦଳ କରାଯିବାର ସମ୍ଭାବନା ରହିଛି । ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯାଇପାରେ । ଜୋହନ୍ସବର୍ଗରେ ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚ ଖେଳିଥିବା ବେ‌ଳେ ଏଥିରୁ ୨ଟିରେ ବିଜୟ ହାସଲ କରିଛି। ୩ଟି ମ୍ୟାଚ୍‌ ଡ୍ର ଥିଲା। ଦକ୍ଷିଣ ଆଫ୍ରିକା ଟିମ୍‌ ଏଠାରେ ୩୧ଟି ମ୍ୟାଚ୍‌ ଖେଳି ୧୧ଟିରେ ବିଜୟ ହାସଲ କରିଛି।
ଭାରତ: ବିରାଟ କୋହଲି (ଅଧିନାୟକ),  କେଏଲ୍ ରାହୁଲ୍‌, ମୟଙ୍କ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍‌ ଅଶ୍ବିନ୍‌, ଶାର୍ଦୁଳ ଠାକୁର/ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।

ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ଏଦୈନ ମର୍କରାମ, କିଗାନ୍‌ ପିଟରସନ୍, ରାଶି ଭାନ୍‌ ଡେର୍‌ ଦସେନ୍‌, ତେମ୍ବା ବଭୂମା, କାଇଲ୍‌ ଭେରିନ୍‌ (ୱିକେଟରକ୍ଷକ), ୱିଆନ୍‌ ମଲ୍‌ଡର/ମାର୍କୋ ଜାନ୍‌ସେନ୍‌, କାଗିସୋ ରବାଦା, କେଶବ ମହାରାଜ, ଡୁଆନ୍‌ ଓଲିଭର, ଲୁଙ୍ଗି ଏନ୍‌ଗିଡି।

ଅନ୍ୟମାନଙ୍କୁ ଜଣାନ୍ତୁ।