You are currently viewing ଏସିଆ କପ୍‌ରେ ଭାରତ ବିଜୟ

ଏସିଆ କପ୍‌ରେ ଭାରତ ବିଜୟ

  • Post category:କ୍ରୀଡା
  • Reading time:1 mins read

ଦୁବାଇ –(ଏଏନଏସ) (୨୯.୦୮.୨୦୨୨) : ପାକିସ୍ତାନକୁ ହରାଇ ଭାରତ ବିଜୟ ହାସଲ କରିଛି । ଗତ କାଲି ଖେଳାଯାଇଥିବା ଏସିଆ କପ୍‌ରେ ଭାରତର ଭଲ ପଦର୍ଶନ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଙ୍ଗ କରି ପାକିସ୍ତାନ ଭାରତ ସମୁଖରେ ୧୪୮ ରନ୍ ଟାର୍ଗେଟ୍ ରଖିଥିଲା । ଏହା ପରେ କ୍ୟପ୍‌ଟେନ୍ ରୋହିତ୍ ଶର୍ମା ଏବଂ ବିରାଟ କୋହିଲିଙ୍କ ଦମ୍‌ଦାର ପଦର୍ଶନ ଦେଖାଇଥିଲେ । ଶେଷ ଓଭରରେ ହାରର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଛକା ଭାରତକୁ ସଫଳତା ଦେଇଥିଲା । ହାରର୍ଦ୍ଦିକ ୧୭ ବଲ୍‌ରେ ୩୩ ରନ୍‌ର ଇନିଙ୍ଗନ୍ସ୍ ଖେଳି ଭାରତକୁ ବିଜୟ କରିବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ଭାରତ ଏସିଆ କପ୍‌ରେ ମୋଟ ୯ଟି ମ୍ୟାଚ୍‌ରୁ ୭ ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।