You are currently viewing ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜିତିଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜିତିଲା ଭାରତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୩୦.୧୨.୨୦୨୧, ଦକ୍ଷିଣ  ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ  ୧୧୩ ରନ୍‌ରେ ବିଜୟ ହାସଲ କଲା ଭାରତ ।  ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିବା ସହ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି  ଭାରତ ୩୦୪ ରନ କରିଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନରେ ଅଲଆଉଟ ହୋଇଥିଲା । ମ୍ୟାଚରେ ଶତକୀୟ ଇନିଂସ୍ ଖେଳିଥିବା ଲୋକେଶ ରାହୁଲ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଭାରତ ପକ୍ଷରୁ ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି ସିରାଜ ଓ ଅଶ୍ବିନ ୨ଟି ଲେଖାଏଁ ୱିକେଟ  କରିଥିଲେ ।
ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୯୪ ରନ୍ କରିଥିଲେ। ଭାରତକୁ ବିଜୟ ପାଇଁ ୬ ୱିକେଟ୍ ଦରକାର ହେଉଥିଲା। ଦିବସର ଆରମ୍ଭରୁ କ୍ୟାପଟେନ୍ ଡିନ୍ ଏଲଗାର ଓ ତେମ୍ବା ବାଭୁମା ଧୈର୍ଯ୍ୟର ସହ ଖେଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୩୬ ରନ୍ ଯୋଡ଼ିଥିଲେ। କିନ୍ତୁ ପରେ  ବୁମ୍ରାଙ୍କ ବଲରେ ଏଲଗାର ଆଉଟ୍ ହୋଇଥିଲେ । ଏଲଗାର ୧୫୬ ବଲର ସାମ୍ନା କରି ୧୨ ଚୌକା ସହ ୭୭ ରନ୍ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।