You are currently viewing ଭାରତୀୟ ପୁରୁଷ ହକି ଟିମର ଐତିହାସିକ ବିଜୟ

ଭାରତୀୟ ପୁରୁଷ ହକି ଟିମର ଐତିହାସିକ ବିଜୟ

ଟୋକିଓ-୦୫.୦୮.୨୦୨୧, ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଦଳ । ଜର୍ମାନୀ ହକି ଦଳକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି ଭାରତ ପୁରୁଷ ହକି ଦଳ । ଆଜି ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀକୁ ୫-୪ ରେ ପରାସ୍ତ କରିଛି ଭାରତ । ୧୯୮୦ ପର ଠାରୁ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି ।
ମ୍ୟାଚର ଆରମ୍ଭରେ ଭାରତ ଖରାପ ଖେଳ ଆରମ୍ଭ କରିଥିଲା ​​, ମ୍ୟାଚର ପ୍ରଥମ ମିନିଟରେ ଜର୍ମାନୀ ଗୋଟିଏ ଗୋଲ୍ ସ୍କୋର କରି ୦-୧ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ପରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରି ବିଜୟ ହାସଲ କରିଛି ।ଭାରତୀୟ ଟିମ୍‌ର ଗୋଲ କିପର ଶ୍ରୀଜେଶଙ୍କୁ ଚାରିଆଡ଼ୁ ପ୍ରଶଂସା। ଶେଷ ୬.୮ ସେକେଣ୍ଡରେ ମିଳିଥିବା ପେନାଲଟିକୁ ପଣ୍ଡ କଲେ ଶ୍ରୀଜେଶ । ପୁରା ମ୍ୟାଚ୍‌ରେ ଶ୍ରୀଜେଶଙ୍କ ଗୋଲକିପିଂ ପ୍ରଶଂସନୀୟ। ଜର୍ମାନୀର ୯ରୁ ଅଧିକ ଗୋଲକୁ ଅଟକାଇଥିଲେ ଶ୍ରୀଜେଶ।

ଭାରତର ଐତିହାସିକ ବିଜୟ ନେଇ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତୀୟ ପୁରୁଷ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟମାନଙ୍କୁ ଜଣାନ୍ତୁ।