You are currently viewing ଆଜିଠାରୁ ଆଇପିଏଲର ମହାସମର

ଆଜିଠାରୁ ଆଇପିଏଲର ମହାସମର

ଚେନ୍ନାଇ, ଆଇପିଏଲର ୧୪ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ । କରୋନା କାରଣରୁ ଗତବର୍ଷ ଦୁବାଇରେ ଆଇପିଏଲ ୧୩ ତମ ସଂସ୍କରଣର ମହାସମର ହୋଇଥିଲା । କିନ୍ତୁ ଚଳିତ ସଂସ୍କରଣ ଘରୋଇ ମାଟିରେ ହେବ । ୧୪ ସିଜନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜ ମଧ୍ୟରେ ପ୍ରଥମ ମୁକାବିଲା ହେବ । ଏହି ମ୍ୟାଚ ଚେନ୍ନାଇରେ ସନ୍ଧ୍ୟା ୭.୩୦ ସମୟରେ ଆରମ୍ଭ ହେବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ । ମେ’ ୩୦ ତାରିଖରେ ଆଇପିଏଲର ଫିନାଲେ ମ୍ୟାଚ ଖେଳାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।