You are currently viewing ହାଇଦ୍ରାବାଦକୁ ୮ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ହାଇଦ୍ରାବାଦକୁ ୮ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୨୩.୦୯.୨୦୨୧,ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୩୩ ତମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ଏହା ସହ ପଏଣ୍ଟ ଟେବୁଲର ଉପରେ ରହିଛି ଦିଲ୍ଲୀ । ସନରାଇଜର୍ସ ହାଇଦ୍ରାବାଦ ଟିମ କେନ୍‌ ୱିଲିୟମସନ୍‌ଙ୍କ ନେତୃତ୍ବରେ ନର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା। ଦିଲ୍ଲୀ ଟିମ୍‌ କେବଳ ୨ଟି ୱିକେଟ ହରାଇ ୧୩୯ ରନ୍‌ ୧୭.୫ ଓଭରରେ କରି ବିଜୟ ହାସଲ କରିପାରିଥିଲା । ହାଇଦ୍ରାବାଦ ପାଇଁ ଅବଦୁଲ ସମଦ ସର୍ବାଧିକ ୨୮ ରନ, ରସିଦ ଖାନ୍‌ ୨୨ ରନ କରିଥିଲେ । ସେହିପରି ଶିଖର ଧାୱନ ସର୍ବାଧିକ ୪୨ ରନ୍‌ କରିଥିବାବେଳେ ଶ୍ରେୟସ ଆୟର ଅପରାଜିତ ୪୭ ରନ୍‌ ଓ ଋଷଭ ପନ୍ତ ଅପରାଜିତ ୩୬ ରନ୍‌ କରିଥିଲେ।
ଆଜି ଆଇପିଏଲ୍‌ର ୩୪ତମ ଲିଗ୍‌ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।