You are currently viewing ଭାରତର ପ୍ରଥମ ମହିଳା ଭାବେ ରେକର୍ଡ କଲେ ମିତାଲି

ଭାରତର ପ୍ରଥମ ମହିଳା ଭାବେ ରେକର୍ଡ କଲେ ମିତାଲି

ନୂଆଦିଲ୍ଲୀ, ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ ମହିଳା କ୍ରିକେଟର ମିଥାଲି ରାଜ । ଏହି କୀର୍ତ୍ତିମାନ ସ୍ଥାପନ କରି ରେକର୍ଡ ବୁକରେ ନିଜ ନାମ ସାମିଲ କରିନେଇଛନ୍ତି ମିଥାଲି । ଲକ୍ଷ୍ନୌରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଦିନିକିଆରେ ମିତାଲି ଏହି ରେକର୍ଡ କରିବାରେ ସକ୍ଷମ ହୋଇପାରିଛନ୍ତି । ସେହିପରି ବିଶ୍ୱର ଦ୍ୱିତୀୟ ମହିଳା ଭାବେ ମିତାଲି ଏହି କୀର୍ତ୍ତି ସ୍ଥାପନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାରେ ପ୍ରଥମ ମହିଳା ହେଉଛନ୍ତି କାର୍ଲୋଟ୍ଟେ ଏଡୱାର୍ଡସ । ତେବେ ଏହି ସଫଳତା ହାସଲ ପରେ ବଡ ବଡ କ୍ରିକେଟର ମିତାଲିଙ୍କୁ ଏଥିପାଇଁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।