You are currently viewing ଫାଇନାଲରେ ନୀରଜ ଚୋପ୍ରା, ରେସଲିଂ ସେମିରେ ରବି ଓ ଦୀପକ

ଫାଇନାଲରେ ନୀରଜ ଚୋପ୍ରା, ରେସଲିଂ ସେମିରେ ରବି ଓ ଦୀପକ

ଟୋକିଓ-୦୪.୦୮.୨୦୨୧, ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପଦକ ମିଳିବାର ଆଶା ବଢିଯାଇଛି । ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ଚୋପ୍ରା । ଜାଭେଲିନରେ ଫାଇନାଲ୍‌କୁ ପ୍ରବେଶ କରିବା ପାଇଁ ଯୋଗ୍ୟତା ୮୩.୫ ମିଟର୍‌ ରହିଥିଲା । କିନ୍ତୁ ପ୍ରଥମ ଉଦ୍ୟମରେ ସେ ୮୬.୬୫ ମିଟର୍‌ ଜାଭେଲିନ୍ ଫିଙ୍ଗି ସଫଳତା ହାସଲ କରିଛନ୍ତି। ୭ ତାରିଖରେ ଅପରାହ୍ଣ ୪.୩୦ରେ ଜାଭ୍‌ଲିନ୍‌ ଥ୍ରୋ ଫାଇନାଲ୍ ଖେଳିବେ ନୀରଜ ଚୋପ୍ରା । ଜୋହାନ୍ସ୍‌ ଭେଟ୍ଟର୍‌ ୮୫.୬୪ ମିଟର ଜାଭ୍‌ଲିନ୍‌ ଫିଙ୍ଗି ଦ୍ବିତୀୟ ସ୍ଥାନ, ଫିନ୍‌ଲାଣ୍ଡ୍‌ କ୍ରୀଡ଼ାବିତ୍ ଲାସି ଇଟେଲାଟାଲୋ ୮୪.୫ ମିଟର ଜାଭେଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ଟୋକିଓ_ଅଲିମ୍ପିକ୍ସର କୁସ୍ତି ସେମିଫାଇନାଲରେ ଭାରତର ୨ ଖେଳାଳି।ପୁରୁଷ ଫ୍ରି-ଷ୍ଟାଇଲ ୫୭ କେଜି ବର୍ଗରେ ବୁଲ୍‌ଗେରିଆର ଖେଳାଳିଙ୍କୁ ୧୪-୪ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ରବି ଦହିୟା ।
ସେହିପରି ପୁରୁଷ କୁସ୍ତି ୮୬ କେଜି ବର୍ଗରେ ସେମିଫାଇନାଲରେ ଦୀପକ ପୁନିଆ । କ୍ବାର୍ଟର ଫାଇନାଲରେ ଚୀନ୍‌ର ଜୁସେନ ଲିଙ୍କୁ ୬-୩ରେ ହରାଇ ଦୀପକ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।