You are currently viewing ବର୍ଷା ସାଜିଛି ବାଧକ; ଆଜି ପୁଣି ଅଧା ପାଳିରୁ ଖେଳିବ ଭାରତ

ବର୍ଷା ସାଜିଛି ବାଧକ; ଆଜି ପୁଣି ଅଧା ପାଳିରୁ ଖେଳିବ ଭାରତ

କଲମ୍ବୋ: ବର୍ଷା ସାଜିଛି ବାଧକ। ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ୍ ମୁହାଁମୁହିଁ ହୋଇଥିଲେ। କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇ ଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି। ତେଣୁ ଆଜି ପୁଣି ଭାରତୀୟ ଦଳ ଗତକାଲିର ଅଧା ପାଳିରୁ ଖେଳ ଆରମ୍ଭ କରିବ।

ଗତକାଲି ଭାରତ ପ୍ରଥମେ ଟସ ହାରି ବ୍ୟାଟିଂ କରିଥିଲା। ୨୪.୧ ଓଭରରେ ୨ୱିକେଟ ହରାଇ ଭାରତ ୧୪୭ ରନ୍ କରିଥିବା ବେଳେ କଲମ୍ବୋରେ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ଉଭୟ ଦଳ ୫୦ ଓଭର ଖେଳ ଖେଳିବେ। କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ପରେ ଦୁହେଁ ଆଉଟ୍ ହୋଇଯାଇଥିଲେ ।

ବିରାଟ କୋହଲି ଓ କେ.ଏଲ ରାହୁଲ ଆଜି ୧୪୭ ରନରୁ ଖେଳ ଆରମ୍ଭ କରିବେ । ତେବେ ଆଜି ବି କଲମ୍ବୋରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ଆଉ ଆଜି ମ୍ୟାଚ ରଦ୍ଦ ହେଲେ ଦୁଇ ଦଳ ଗୋଟିଏ ଲେଖାଁଏ ପଏଣ୍ଟ ଭାଗ କରିବେ ବୋଲି ସୂଚନା ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।