You are currently viewing ଏସିଆ କପ୍‌ରେ ଚାମ୍ପିୟନ ଶ୍ରୀଲଙ୍କା

ଏସିଆ କପ୍‌ରେ ଚାମ୍ପିୟନ ଶ୍ରୀଲଙ୍କା

  • Post category:କ୍ରୀଡା
  • Reading time:1 mins read

ଦୁବାଇ(୧୨.୯.୨୨) : ଦୁବାଇରେ ଚାଲିଥିବା ଏସିଆକପ୍‌ରେ ଶ୍ରୀଲଙ୍କା ଚାମ୍ପିୟନ ହୋଇଛି । ଫାଇନାଲରେ ଦଳ ପାକିସ୍ତାନକୁ ୨୩ ରନ୍‌ରେ ମାତ ଦେଥିଲା । ଏହା ସହିତ ଶ୍ରୀଲଙ୍କା ୬ଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍‌ରେ ଚାମ୍ପିୟନ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୮ ରନ୍‌ରେ ୫ ୱିକେଟ ହରାଇଥିଲା । ପରେ ରାଜପକ୍ଷଙ୍କ ଅପରାଜିତ ୭୨ ରନ୍ ହାସରଙ୍ଗା ୩୬ ଓ ଧନଞ୍ଜୟ ୨୮ ରନ୍ କରିବା ଯୋଗୁଁ ୬ ୱିକେଟରେ ୧୭୦ ରନ କରିପାରିଥିଲା । ରାଜପାକ୍ସେ ୪୫ ବଲ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ । ସେପଟେ ପାକିସ୍ତାନ ପକ୍ଷରୁ ରିଜୱାନ ୫୫ ଓ ଅହମ୍ମଦ ୩୨ରନ୍ କରିଥିଲେ । ପରେ ପୂରା ଟିମ୍ ୧୪୭ ରନ୍‌ରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ବୋଲର ପ୍ରମୋଦ ମଦୁଶାନ ୪ ଉଇକେଟ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହସରଙ୍ଗା ୩ ଓ କରୁଣାତ୍ୱେ ୨ ୱିକେଟ ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।