You are currently viewing ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ ୧୨/୦୧, ଆଜି ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ମ୍ୟାଚ କୋଲକତାର ଇଡେନ ଗାଡେର୍ନ ଠାରେ ଦିନ ସାଢେ ଗୋଟାଏରୁ ଆରମ୍ଭ ହେବ । ୩ ଟିକିଆ ସିରିଜରେ ୧-୦ରେ ରୋହିତ ବାହିନୀ ଆଗୁଆ ରହିଥିବାବେଳେ ଆଜି ମ୍ୟାଚ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଲଗାତାର ମ୍ୟାଚ୍ ଜିତି ଦଳର ମନୋବଳ ଦୃଢ ଥିବାରୁ ଆଜି ମଧ୍ୟ ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଭଶ୍ରୀଲଙ୍କା । ଆଜି ଭାରତକୁ ଚେକ୍ ଦେଇ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ରନରେ ହରାଇଥିଲା ମେନ ଇନ୍ ବ୍ଲୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।