You are currently viewing ଅକ୍ଟୋବରରେ ଭାରତ-ପାକ୍ ମୁକାବିଲା

ଅକ୍ଟୋବରରେ ଭାରତ-ପାକ୍ ମୁକାବିଲା

  • Post category:କ୍ରୀଡା
  • Reading time:1 mins read


ନୂଆଦିଲ୍ଲୀ,୧୭/୦୮: ଆଇସିସି ପକ୍ଷରୁ ଜାରି ହୋଇଥିବା ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ ପାଇଁ ଖେଳ ସୂଚୀ ଜାରି କରାଯାଇଛି । କରୋନା ମହାମାରୀ କାରଣରୁ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଓମାନ୍ ଏବଂ ୟୁଏଇରେ ହେବାକୁ ଯାଉଛି । ଟି-୨୦ ବିଶ୍ୱ କପ୍ ଅକ୍ଟୋବର ମାସ ୧୭ ତାରିଖରୁ ଆରମ୍ଭ ହେବ ।

ଆଇସିସି ପକ୍ଷରୁ ଜାରି ହୋଇଥିବା ଖେଳ ସୂଚୀ ଅନୁସାରେ ଟିମ୍ ଇଣ୍ଡିଆ ଅକ୍ଟୋବର ୨୪ ରେ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଏହାପରେ ୨ୟ ମ୍ୟାଚରେ ୩୧ ରେ ନ୍ୟୁଜଲ୍ୟାଣ୍ଡ ସହିତ ଖେଳିବାକୁ ଥିବା ବେଳେ ନଭେମ୍ବର ୩ରେ ଆଫଗାନିସ୍ତାନ କୁ ଭେଟିବ । ଟି ୨୦ ବିଶ୍ୱ କପ୍ ୨୦୨୧ର ପ୍ରଥମ ସେମିଫାଇନାଲ ଅବୁଧାବୀରେ ନଭେମ୍ବର ୧୦ ତାରିଖରେ ଖେଳାଯିବ । ଏହାପରେ ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୧ ତାରିଖରେ ଦୁବାଇରେ ଖେଳାଯିବ । ଭାରତର ସବୁ ମୁକାବିଲା ଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ । ପ୍ରଥମ ରାଉଣ୍ଡରେ ସୁପର ୧୨ରେ ପହଞ୍ଚିବା ପାଇଁ ୮ ଟି ଦଳ ଖେଳିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।