You are currently viewing ଏସିଆ କପ୍ ୨୦୨୩; ଆଜି ଭାରତ- ପାକିସ୍ଥାନ ମୁକାବିଲା

ଏସିଆ କପ୍ ୨୦୨୩; ଆଜି ଭାରତ- ପାକିସ୍ଥାନ ମୁକାବିଲା

ଆଜି ଭାରତ ପାକିସ୍ଥାନ ମୁକାବିଲା। ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଦିନିକିଆ ଫର୍ମାଟ୍‌ରେ ଉଭୟ ଚାରି ବର୍ଷ ପରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ୫୦ ଓଭର୍‌ ଫର୍ମାଟରେ ୨୦୧୯ ବିଶ୍ଵକପ୍ ସମୟରେ ଉଭୟ ଟିମ୍ ମଧ୍ୟରେ ଶେଷ ମୁକାବିଲା ହୋଇଥଲା।

ଟିମ୍ ଇଣ୍ଡିଆର ସାମର୍ଥ୍ୟ

ଭାରତୀୟ ଟିମ୍ ସର୍ବାଧିକ ସାତ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଛି। ଶ୍ରେୟାସ ଆୟର, ଲୋକେଶ ରାହୁଲ ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି ଆଘାତରୁ ସୁସ୍ଥ ହୋଇ ଟିମ୍‌ ଅଂଶବିଶେଷ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ୨୦୧୮ରେ ଟିମ୍‌କୁ ଏସିଆ କପ୍ ମୁକୁଟ ଜିତାଇ ସାରିଛନ୍ତି। ଟିମ୍ ଏବେ ଉତ୍ତମ ଫର୍ମରେ ରହିଛି। ୨୦୧୯ ଦିନିକିଆ ବିଶ୍ଵକପ୍ ପରଠାରୁ ଭାରତ ୫୭ ଦିନିକିଆ ମ୍ୟାଚ୍ ଖେଳିଛି । ସେଥୁମଧ୍ୟରୁଟିମ୍ ୩୪ ମ୍ୟାଚ୍ ଜିତିଛି, ଯାହା ସବୁ ଟିମ୍ ମଧ୍ୟରେ ସର୍ବାଧୂକ। ଟିମ୍ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡକୁ ଦିନିକିଆ ଶୃଙ୍ଖଳାରେ ହରାଇଥିଲା।

ବିରାଟ କୋହଲି, ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଭଳି ଖେଳାଳିଙ୍କ ସହିତ ଟିମ୍‌ରେ ଅଭିଜ୍ଞ ଶ୍ରେୟାସ ଆୟର ଓ ଲୋକେଶ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ନିମ୍ନକ୍ରମରେ ହାର୍ଦ୍ଦିକ ପାଣ୍ଡିଆ ଓ ରବୀନ୍ଦ୍ର ଜାଡ଼େଜା ଟିମ୍‌କୁ ଦୃଢ଼ତା ଦେଉଛନ୍ତି ।

ବୋଲିଂ ଲାଇନ୍‌ରେ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ସହିତ ମହମ୍ମଦ ସିରାଜ ଓ ମହମ୍ମଦ ଶାମୀ ଫର୍ମରେ ଅଛନ୍ତି। ୨୦୧୯ ବିଶ୍ଵକପ୍ ପରେ ସର୍ବାଧିକ ୱିକେଟ୍ ନେଇଥିବା ଶାର୍ଦ୍ଦୁଳ ଠାକୁର ମଧ୍ୟ ଟିମ୍‌ର ଅଂଶବିଶେଷ ଅଛନ୍ତି । ଜାଡେଜାଙ୍କ ସହିତ କୁଲଦୀପ ଯାଦବ ମଧ୍ୟ ସିନ୍ ବିଭାଗକୁ ମଜଭୁତ କରିଛନ୍ତି । ସ୍କିନ୍ ଲାଇନଅପ୍‌ରେ ଭାରତୀୟ ଟିମ୍ ପାକିସ୍ତାନ ଠାରୁ ଉନ୍ନତ ଜଣାପଡୁଛି।

ଟିମ୍ ପାକିସ୍ତାନର ସାମର୍ଥ୍ୟ

ପାକିସ୍ତାନ ଏବେ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ଟିମ୍। ଏସିଆ କପର ଠିକ୍ ପୂର୍ବରୁ ଟିମ୍ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ଟିମ୍‌ର ଶୀର୍ଷକ୍ରମ ବ୍ୟାଟର୍ ଅଧିନାୟକ ବାବର ଆଜମ୍, ଇମାମ୍-ଉଲ୍-ହକ୍ ଓ ଫଖର ଜମାନ୍ ୨୦୧୯ ବିଶ୍ଵକପ୍ ପରେ ୩୧ ମ୍ୟାଚ୍‌ରେ ୧୬ ଶତକ ଲଗାଇଛନ୍ତି, ଯାହା ସମସ୍ତ ଦେଶର ଟପ୍-୩ ବ୍ୟାଟର୍‌ଙ୍କ ମଧ୍ୟରେ ସର୍ବାଧିକ ।

ପାକିସ୍ତାନର ସମ୍ଭାବ୍ୟ ଏକାଦଶରେ ଏଭଳି ଚାରି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟାଟ ଓ ବଲ୍ ଉଭୟରେ ମ୍ୟାଚ୍ ଜିତାଇବାର ସାମର୍ଥ୍ୟରଖନ୍ତି। ଏଥିରେ ଶଦବ ଖାନ, ଫହିମ ଅଶରଫ, ମହମ୍ମଦ ନୱାଜ ଓ ମହମ୍ମଦ ୱାସୀମ ଅଛନ୍ତି ।

ବୋଲିଂ ଲାଇନ୍‌ଅପ୍‌ରେ ଶାହୀନ, ନସୀମ ଓ ହରିସ୍ ଘଣ୍ଟା ପ୍ରତି ୧୪୫ କିମି ବେଗରେ ବୋଲିଂ କରିପାରନ୍ତି। ସେମାନଙ୍କର ଅତିରିକ୍ତ ବେଗ ଟିମ୍ ପାଇଁ ଆଡଭାନ୍‌ଟେଜ ହୋଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।