You are currently viewing ୧୯ ବର୍ଷରୁ କମ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

୧୯ ବର୍ଷରୁ କମ ବିଶ୍ୱକପ: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୦୩.୦୨.୨୦୨୨, ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଫାଇନାଲରେ ପହଞ୍ଚିଲା ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌କୁ ୯୬ ରନ୍‌ରେ ଜିତିଲା ଭାରତ।  ଆସନ୍ତା ଶନିବାର ଦିନ ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ ।
ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତର ୫୦ ଓଭରରେ ୫ ୱିକେଟ ହରାଇ ୨୯୦ ରନ୍ ସଂଗ୍ରହ କରିଥିଲା । ଭାରତ ଅଷ୍ଟ୍ରେଲିଆକୁ ୨୯୧ ରନ ରାର୍ଗେଟ ଦେଇଥିବା ବେଳେ ଜବାବରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି  ମାତ୍ର ୪୧.୫ ଓଭରରେ ୧୯୪ ରନ୍ ସଂଗ୍ରହ କରିପାରିଥିଲେ।     ଭାରତ ପକ୍ଷରୁ ଅଧିନାୟକ ୟଶ ଢୁଲ ସର୍ବାଧିକ ୧୧୦ ରନ୍ ଓ ଶେଖ ରଶୀଦ୍ ୯୪ ରନ୍ ସଂଗ୍ରହ କରିଥିଲେ ।  ସେହିପରି ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଲଚଲାନ ଶ’ ୫୧, ଅଧିନାୟକ କୋରେ ମିଲର ୩୮ ଓ କ୍ୟାମ୍ପବେଲ କେଲଆୱେ ୩୦ ରନ୍ ସଂଗ୍ରହ କରିଥିଲେ ।
ସେହିପରି ଭାରତ ପକ୍ଷରୁ   ଓସ୍ତୱାଲ ସର୍ବାଧିକ ୩ଟି ୱିକେଟ୍ , ନିଶାନ୍ତ ସିନ୍ଧୁ ଓ ରବି କୁମାରଙ୍କୁ ୨-୨ ୱିକେଟ୍ କୌଶଳ ତାମ୍ବେ ଓ ଅଙ୍ଗକ୍ରିଶ ରଘୁବଂଶୀ ୧ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।
 

ଅନ୍ୟମାନଙ୍କୁ ଜଣାନ୍ତୁ।