ନୂଆଦିଲ୍ଲୀ, ବର୍ଡର- ଗାଭାସ୍କର ଟ୍ରଫି ଜିତିବା ପରେ ଏବେ ଭାରତ ବିପକ୍ଷରେ ଆଉ ଏକ ଚ୍ୟାଲେଞ୍ଚ ରହିଛି । କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ । ଇଲଂଣ୍ଡ ବିପକ୍ଷରେ ଭାରତ ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳିବ । । ତେବେ ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇର ଚେପକ ଏବଂ ଅନ୍ୟ ଦୁଇଟି ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ । କରୋନା କଟକଣା ପାଇଁ ଅଷ୍ଟ୍ରେଲିଆ କିଛି ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଦେଇଥିଲା । ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଇଂଲଣ୍ଡ ଟେଷ୍ଟ ସିରିଜରେ ୫୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ପାଇଁ ନିଷ୍ପତ୍ତି ନେଇଛି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି
- Post published:January 21, 2021
- Post category:କ୍ରୀଡା
- Reading time:1 mins read