You are currently viewing ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡି, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡି, ୟେଲୋ ୱାର୍ଣ୍ଣିଂ ଜାରି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର, ରାଜ୍ୟରେ ଧୀରେ ଧୀରେ ପୁଣି ଶୀତ କମିବା ଆରମ୍ଭ କରିଛି । ଅଧିକାଂଶ ଜିଲ୍ଲାର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ରାଜ୍ୟରେ କୁହୁଡି ଦେଖିବାକୁ ମିଳିଛି । କୁହୁଡି କାରଣରୁ ଶୀତର ପ୍ରକୋପ କମ ହେବାରେ ଲାଗିଛି । ଗତକାଲି ଫୁଲବାଣୀ ଓ ଭୁବନେଶ୍ୱରଠାରେ ସର୍ବନିମ୍ନ ତାପମାତ୍ରା କ୍ରମାଗତଭାବେ ୧୧ ଡିଗ୍ରି ଓ ୨୦ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିବ। ସେହିପରି ପଶ୍ଚିମା ବାୟୁ ଏବଂ ଟ୍ରଫଲାଇନ ଯୋଗୁ ଆସନ୍ତା ୨୯ରେ ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।