You are currently viewing ପ୍ରେମିକା ପାଇଁ ବାବାବେଶ

ପ୍ରେମିକା ପାଇଁ ବାବାବେଶ

  • Post category:ଓଡିଶା
  • Reading time:1 mins read

ଯାଜପୁର, ମହଙ୍ଗା ପଡିଲା ଲୁଚାଛପା ପ୍ରେମ | ପ୍ରେମିକାକୁ ବାବା ବେଶରେ ଦେଖା କରିବାକୁ ଆସି ଧରାପଡ଼ିଲେ ଯୁବକ | ଏ ଭଳି ଏକ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀରେ | ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୋଲିସରେ ଦେଲେ ସ୍ଥାନୀୟ ଲୋକେ । ପ୍ରେମିକ ବାବାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ | ବାବା ବେଶଧାରି ଯୁବକ ଅନୁଗୁଳ ଅଞ୍ଚଳର +୨ କଲେଜ୍ ଛାତ୍ର ହୋଇଥିବା ସୂଚନା ମିଳିଛି । ପ୍ରେମିକାଙ୍କ ପରିବାର ସେମାନଙ୍କ ପ୍ରେମକୁ ସ୍ବୀକାର କରୁନଥିବାରୁ ବାବା ବେଶ ଧରିଥିବା କହିଲେ ଯୁବକ ।

ଅନ୍ୟମାନଙ୍କୁ ଜଣାନ୍ତୁ।