ମୁମ୍ବାଇ- ଓସ୍କାର ଦୌଡରେ ଏଣ୍ଟ୍ରି ମାରିଛି ଭାରତର ଆଉ ଏକ ଫିଲ୍ମ । ଫିଲ୍ମଟି ହେଉଛି ‘ବିଟ୍ଟୁ’ । ଏହି ଚଳଚ୍ଚିତ୍ରଟି ଏକତା କପୁର, ଗୁନିଟ୍ ମୋଙ୍ଗା ଏବଂ ଲେଖକ-ନିର୍ଦ୍ଦେଶକ ତାହିରା କାଶ୍ୟପ ଖୁରାନାଙ୍କ ଦ୍ୱାରା ନିର୍ମିତ । ଲାଇଭ୍ ଆକ୍ସନ୍ ଶର୍ଟ ଫିଲ୍ମ ପାଇଁ ‘ବିଟ୍ଟୁ’ ଫିଳ୍ମକୁ ଚୟନ କରାଯାଇଛି । ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଫିଲ୍ମଟି ଦୁଇ ଯୁବତିଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ବିଟ୍ଟୁ ଭାରତରେ ଧର୍ମଶାଳା ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରସାରିତ ହୋଇସାରିଛି। ଫିଲ୍ମ ପାଇଁ କରିଶ୍ମାଙ୍କୁ ଶ୍ରେଷ୍ଠ ଡାଇରେକ୍ଟର ଆୱାର୍ଡ ପ୍ରଦାନ କରାଯାଇଥିଲା।
ଓସ୍କାର ଦୌଡରେ ଫିଲ୍ମ ‘ବିଟ୍ଟୁ’
- Post published:February 11, 2021
- Post category:ମନୋରଞ୍ଜନ
- Reading time:1 mins read