You are currently viewing ଶିକ୍ଷାନୁଷ୍ଠାନରେ କରୋନାର କାୟା

ଶିକ୍ଷାନୁଷ୍ଠାନରେ କରୋନାର କାୟା

ଭୁବନେଶ୍ୱର, କଟକରେ ବଢ଼ିବାରେ ଲାଗିଛି କରୋନା । କଟକରେ ଏକ ଘରୋଇ ଅନୁଷ୍ଠାନରୁ ଦୁଇଦିନ ତଳେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ କଟକର ଆଉ ଏକ ଶିକ୍ଷାନୁଷ୍ଠାନରୁ ଆଉ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ ହୋଇଥିବା ସୂଚନା ରହିଛି । ତେବେ ସଂକ୍ରମଣ ନହେବାକୁ ଦୃଷ୍ଟିରେ ରଖି ଉକ୍ତ ଶିକ୍ଷାନୁଷ୍ଠାନକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକାଅଞ୍ଚଳରେ ୬ ଜଣ ଛାତ୍ରଛାତ୍ରୀ କରୋନା ସକରାତ୍ମକ ଚିହ୍ନଟ ହୋଇଛନ୍ତି । ସୂଚନାଅନୁସାରେ ଉକ୍ତ କଲେଜରୁ ୯୦ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିଲା । ଟେଷ୍ଟ ପରେ ୬ଜଣଙ୍କ କରୋନା ରିପୋର୍ଟ ସକରାତ୍ମକ ଆସିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।