You are currently viewing ଜିତିଲା ଟିମ ଇଣ୍ଡିଆ,ଡେବ୍ୟୁଟାଣ୍ଟଙ୍କ ଚମତ୍କାର ପ୍ରଦର୍ଶନ

ଜିତିଲା ଟିମ ଇଣ୍ଡିଆ,ଡେବ୍ୟୁଟାଣ୍ଟଙ୍କ ଚମତ୍କାର ପ୍ରଦର୍ଶନ

ପୁଣେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା, ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ବିଜୟ ହାସଲ କରିବା ପରେ ଏବେ ଦିନିକିଆ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ତେବେ ଗତକାଲି ପୁନେଠାରେ ଏହି ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଛି । ଏହି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୬୬ ରନରେ ବିଜୟ ହାସଲ କରିଛି । ତେବେଭାରତୀୟ ଦଳ ୫୦ ଓଭର ଓ ୫ ୱିକେଟ ହରାଇ ସମୁଦାୟ ୩୧୭ ରନ କରିଥିବାବେଳେ ଇଂଲଣ୍ଡ ଟିମ ୫୦ ଓଭର ପୂର୍ବରୁ ୪୨. ୧ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୫୧ ରନ କରିବାରେ ସକ୍ଷମ ହୋଇପାରିଥିଲା । ଶିଖର ଧୱନ ୧୦୬ବଲରେ ୯୮ ରନ କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ମ୍ୟାଚରେ ଦୁଇ ଡେବ୍ୟୁଟାଣ୍ଟ କୃନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୬୬ ରନରେ ଇଂଲଣ୍ଡକୁ ହରାଇପାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।