You are currently viewing ରାୟଗଡାରେ ମୃଦୁ ଭୂମିକମ୍ପ ଅନୁଭୂତ

ରାୟଗଡାରେ ମୃଦୁ ଭୂମିକମ୍ପ ଅନୁଭୂତ

  • Post category:ଓଡିଶା
  • Reading time:1 mins read

ରାୟଗଡା, ରାୟଗଡା ଜିଲ୍ଲାର କିଛି ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିବା ଜଣାପଡିଛି । ତେବେ ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇଥିବାର ସୂଚନା ମିଳିନାହିଁ । ଭୋର ସମୟରେ ପ୍ରାୟ କିଛି ସେକେଣ୍ଡ  ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୋର ସମୟରେ ସମସ୍ତେ ଶୋଇଥିବା କାରଣରୁ ଭୂମିକମ୍ପ ଝଟକା ଅନୁଭୂତ କରିପାରିନଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।