You are currently viewing ପଶ୍ଚିମବଙ୍ଗରେ ଲକଡାଉନ ଅବଧି ବୃଦ୍ଧି

ପଶ୍ଚିମବଙ୍ଗରେ ଲକଡାଉନ ଅବଧି ବୃଦ୍ଧି

କୋଲକାତା-୧୫.୦୫.୨୦୨୧, କରୋନା ମହାମାରୀର ଭୟାବହତା ସାରା ଦେଶରେ ଦେଖିବାକୁ ମିଳୁଛି । ସଂକ୍ରମଣର ହାର କିଛି ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମବଙ୍ଗରେ ସଂକ୍ରମଣର ହାର ମଧ୍ୟ ବେଶ ଅଧିକ ରହିଛି । ଗତକାଲି ପଶ୍ଚିମବଙ୍ଗରେ ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ଲକଡାଉନ ଅବଧି ଆଉ ୧୫ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲକଡାଉନ ଅବଧି ବୃଦ୍ଧି ସହ ଲକଡାଉନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକଡାଉନବେଳେ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ୭ ଟାରୁ ୧୦ ଟା ଯାଏ ଖୋଲା ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।