You are currently viewing ଦେଶରେ ଦିନକରେ ୨.୫୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ୨.୫୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୨୧.୦୫.୨୦୨୧, ଦେଶରେ ଦିନକରେ ୨ଲକ୍ଷ ୫୯ହଜାର ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨କୋଟି ୬୦ଲକ୍ଷ ୩୧ହଜାର ୯୯୧କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ସର୍ବାଧିକ ୪ହଜାର ୨୦୯ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୧ହଜାର ୩୩୧କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୩୦ଲକ୍ଷ ୨୭ହଜାର ୯୨୫, ସମୁଦାୟ ସୁସ୍ଥ ସଂଖ୍ୟା ୨କୋଟି ୨୭ଲକ୍ଷ ୧୨ହଜାର ୭୩୫ , ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।