You are currently viewing ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ପୁରୁଷ ହକି ଟିମରେ ଦୁଇ ଓଡିଆ

ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷିତ ପୁରୁଷ ହକି ଟିମରେ ଦୁଇ ଓଡିଆ

ଭୁବନେଶ୍ୱର-୧୮.୦୬.୨୦୨୧, ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ । ଏଥିରେ ଦୁଇ ଜଣ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ – ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା । ମନପ୍ରୀତ ସିଂ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ । ଏହି ୧୬ ଜଣିଆ ଟିମରେ ୧୦ ଜଣ ଖେଳାଳୀ ପ୍ରଥମଥର ପାଇଁ ଡେବ୍ୟୁ କରିବେ । ଅନ୍ୟ ୬ ଜଣ ଖେଳାଳୀ ପୂର୍ବରୁ ଅଲମ୍ପିକ୍ସଅକ ଖେଳିସାରିଛନ୍ତି । ଦଳରେ ପି ଆର ସ୍ରିଜେସ ଦଳର ଗୋଲ କିପର ଦାୟିତ୍ଵ ତୁଲାଇବେ । ହରମନ ପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦ୍ର କୁମାର, ଅମିତ ରୋହିତଦାସ, ବୀରେନ୍ଦ୍ର ଲାକ୍ରା ଡିଫେଣ୍ଡରସ୍ ଭୂମିକା ତୁଲାଇବେ। ଏହା ସହ ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ସୁମିତ୍ ମିଡଫିଲଡରସ୍ ଖେଳିବେ। ସମସେର ସିଂ, ଦୀଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଲିତ କୁମାର ଉପାଧ୍ୟେୟ, ମନଦୀପ୍ ସିଂକୁ ଫରଓ୍ବାର୍ଡ ଖେଳାଳୀଭାବେ ଚୟନ କରାଯାଇଛି । ଭାରତୀୟ ପୁରୁଷ ହକି ଦଳ ଏଯାଏ ଅଲମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିପାରିଛି ।ଚଳିତ ବର୍ଷ ଅଲମ୍ପିକ୍ସ ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୬ପର୍ଯ୍ୟନ୍ତ ଚାଲିବ।
ସେହିପରି ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷଣା ହୋଇଯାଇଛି । ସେଥିରେ ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ସ୍ଥାନ ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।