You are currently viewing ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହ୍ୟ ଘୋଡା

ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହ୍ୟ ଘୋଡା

ଭୁବନେଶ୍ୱର-୨୭.୦୭.୨୦୨୧, ବଦଳିଲା ଳିଷ୍ପତ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଘୋଡ଼ା ହଟିବ ନାହିଁ । ନିକଟରେ ଘୋଡ଼ାକୁ ହଟାଇ ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାପରେ ବିଭିନ୍ନ ମହଲରୁ ଅସନ୍ତୋଷ ଦେଖାଦେଇଥିଲା ।ଏହି ପ୍ରସଙ୍ଗକୁ ନେଇ ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରିଥିଲେ । ବର୍ଷ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନର ଶୋଭା ବଢ଼ାଉଥିବା ଐହିତ୍ୟ ଘୋଡ଼ା ନିଜ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର ହେବନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର।
ସୂଚନାଯୋଗ୍ୟ ଯେ, ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ସହ ଫ୍ଲାଏଓଭର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ।
ଏଥିନିମନ୍ତେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବାକୁ ସ୍ଥିର ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।