You are currently viewing ବ୍ୟାଡମିଣ୍ଟନରେ ୩ ପଦକ ନିଶ୍ଚିତ କଲେ ପାରାଲିମ୍ପିୟାନ

ବ୍ୟାଡମିଣ୍ଟନରେ ୩ ପଦକ ନିଶ୍ଚିତ କଲେ ପାରାଲିମ୍ପିୟାନ

ଟୋକିଓ-୦୪.୦୯.୨୦୨୧, ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ । ଭାରତ ପାଇଁ ଆଉ ତିନୋଟି ପଦକ ନିଶ୍ଚିତ କଲେ ଭାରତୀୟ ପାରାଅଲିମ୍ପିୟାନ । ପାରାଲିମ୍ପିକ୍ସରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି । ଏସଏଲ-୩ ବର୍ଗର ସେମିରେ ପ୍ରମୋଦ, ଜାପାନର ଫୁଜିହାରାଙ୍କୁ ୨୧-୧୧, ୨୧-୧୬ ସେଟ୍‌ରେ ହରାଇଛନ୍ତି । ତେବେ ଆଜି ଅପରାହ୍ନ ୩ଟାରେ ଖେଳାଯିବ ଫାଇନାଲ । ଯଦି ପ୍ରମୋଦ ଫାଇନାଲରେ ଜିତିଲେ ତେବେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିବ । ଏଯାଏ କୌଣସି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ତେଣୁ ଓଡ଼ିଆ ପୁଅ ପ୍ରମୋଦଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।

ସେହିପରି ଟୋକିଓ ପାରାଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଛନ୍ତି ସୁହାସ ୟତିରାଜ । ଏହା ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଏସଏଲ ୪ ଶ୍ରେଣୀ ଫାଇନାଲରେ ସୁହାସ ୟତିରାଜ ।ଇଣ୍ଡୋନେସିଆର ଫ୍ରେଡି ସୋତିୱାନଙ୍କୁ ସିଧାସଳଖ ସେଟରେ ୨-୦ରେ ପରାସ୍ତ କରିଛନ୍ତି ଫାଇନାଲରେ ପ୍ରବେଶ କରିଛନ୍ତି । ୩୮ ବର୍ଷୀୟ ସୁହାସ ଉତ୍ତର ପ୍ରଦେଶର ଗୌତମବୁଦ୍ଧନଗରର ଜିଲ୍ଲାପାଳ ଅଛନ୍ତି ସୁହାସ ।

ସେହିପରି ବ୍ୟାଡମିଣ୍ଟନରେ ଆଉ ଏକ ପଦକ ନିଶ୍ଚିତ କଲେ କ୍ରିଷ୍ଣା ନାଗରା। ଏସଏଲ୍‌ ୩ ବର୍ଗରେ ପ୍ରମୋଦ, ଏସଏସ୍‌ ୪ ବର୍ଗରେ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରିଥିବା ବେଳ ଏବେ କ୍ରିଷ୍ଣା ନାଗରା ଏସ୍‌ଏଚ୍‌-୬ ଏକକ ପୁରୁଷ ବର୍ଗର ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।