You are currently viewing ମହମ୍ମଦ ସିରାଜଙ୍କ ପଲଟେ ଦେ ଅଭିଯାନରେ ସାମିଲ ହେଲା ଥମ୍ସଅପ୍

ମହମ୍ମଦ ସିରାଜଙ୍କ ପଲଟେ ଦେ ଅଭିଯାନରେ ସାମିଲ ହେଲା ଥମ୍ସଅପ୍

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ, ୨୩/୦୯ : ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଗେମ୍ସ୍-୨୦୨୦ରେ ତୋଫାନୀ ସ୍ପିରିଟ୍ ପଲଟେ ଦେ ଏବଂ ତାନେ ପଲଟ ଦେ ଅଭିଯାନ ପରେ କୋକାକୋଲା ଇଣ୍ଡିଆର ଘରୋଇ ବ୍ରାଣ୍ଡ ଥମ୍ସଅପ୍ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପଲଟେ ଦେ ଅଭିଯାନରେ ସାମିଲ ହୋଇଛି ।ଏହି ମାଧ୍ୟମରେ ଥମସ୍ ଅପ୍ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ) ସହିତ ଏକ ସ୍ୱତନ୍ତ୍ର ଆଲକୋହଲିକ୍ ପାନୀୟ ଅଂଶୀଦାର ଭାବରେ କାର୍ଯ୍ୟ ଜାରି ରଖିଛି । ଏହାଦ୍ୱାରା ଥମ୍ସଅପ୍ ଦୀର୍ଘ ପ୍ରତିଶ୍ରୁତି ବଦ୍ଧତାକୁ ବଜାୟ ରଖିବା ସହ କଠିନ ପରିଶ୍ରମ କରୁଥିବା ଖେଳାଳିଙ୍କ ଉତ୍ସର୍ଗର କାହାଣୀ ବର୍ଣ୍ଣନା କରିବ।

ଏହି ଅଂଶୀଦାର ପରେ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଉପସଭାପତି ତଥା ହେଡମାର୍କେଟିଂ ଅର୍ନବ ରାୟ କହିଛନ୍ତି ଯେ, କୋକାକୋଲା କମ୍ପାନୀ ଅଲିମ୍ପିକ ଗେମ୍ସ ସହିତ ଦୀର୍ଘ ଦିନ ଧରି କର୍ପୋରେଟ ପାର୍ଟନର ଭାବେ କାର୍ଯ୍ୟ କରୁଥିବା ସହ ପାରାଲିମ୍ପିକ୍ସ ଗେମ୍ସ୍ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ସେହିପରି ଆଇସିସି ବିଶ୍ୱକପରେ ଗ୍ରାହକଙ୍କ ଆନନ୍ଦଦାୟକ ମୂହୁର୍ତ୍ତ ଏବଂ ଉତ୍ସବର ଏକ ଅଂଶ ପାଲଟି କମ୍ପାନୀର ଆଦର୍ଶକୁ ପ୍ରତିଫଳିତ କରିପାରିଛି । ଏହି ରୋମାଂଚକର ଅଭିଯାନରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସହିତ ସାମିଲ ହୋଇଥିବାରୁ ଆମେ ବହୁ ଆନନ୍ଦିତ । ସିରାଜଙ୍କ ପରି ଲୋକମାନେ କିପରି ବାସ୍ତବ ଜୀବନର ଆହ୍ୱାନକୁ ଅତିକ୍ରମ କରି ଜାତୀୟ ଗର୍ବ ପାଲଟିଛନ୍ତି, ସେଭଳି ପ୍ରେରଣାଦାୟକ କାହାଣୀ ବ୍ରାଣ୍ଡ୍ର ସ୍ପିରିଟ୍କୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ । ଥମସ୍ ଅପ୍ ସହ ସାମିଲ ହେବା ସମ୍ପର୍କରେ ମହମ୍ମଦ ସିରାଜ କହିଛନ୍ତି ଯେ, ଥମସ୍ ଅପ୍ ସହିତ ସାମିଲ ହୋଇଥିବାରୁ ମୁଁ ବେଶ୍ ଆନନ୍ଦିତ । ମୋ ଜୀବନ ଯାତ୍ରା ଏବଂ ଅନୁଭୂତି ବଖାଣିବାକୁ ଏହି ପ୍ଲାଟଫର୍ମ ପ୍ରଦାନ କରାଯାଇଛି । ମୋର ସାଧାରଣ ଲକ୍ଷ୍ୟ ସମ୍ପର୍କିତ କଥା ଭାରତୀୟମାନଙ୍କୁ ଅନ୍ୟ କ୍ଷେତ୍ରରେ ପ୍ରେରଣା ଦେବାକୁ ସକ୍ଷମ ହେବ ।
ଏହି କ୍ୟାମ୍ପେନ୍ ମାଧ୍ୟମରେ, ଥମସ୍ ଅପ୍ ମହମ୍ମଦ ସିରାଜଙ୍କ କଷ୍ଟଦାୟକ ସଫଳତାର ଯାତ୍ରା ସମ୍ପର୍କରେ ଦର୍ଶାଇବାର ଲକ୍ଷ୍ୟ ରଖିଛି। ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇ ଶେଷରେ ସେ କିପରି ଶ୍ରେଷ୍ଠ ବୋଲର ତଥା ଦେଶର ଯୁବକମାନଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି ସେହି ବିଷୟରେ ଦର୍ଶାଯିବ । ଏହି କ୍ୟାମ୍ପେନ୍କୁ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟିଂ କରାଯାଇଛି । ଏହା ମହମ୍ମଦ ସିରାଜଙ୍କ ଜୀବନ ସଂଘର୍ଷ ତଥା ତାଙ୍କ ସ୍ୱପ୍ନକୁ ସାକାର କରିବା ସମ୍ପର୍କରେ ବର୍ଣ୍ଣନା କରୁଛି । ଏହି କ୍ୟାମ୍ପେନ୍ ମାଧ୍ୟମରେ ଦର୍ଶକଙ୍କୁ ମହମ୍ମଦ ସିରାଜ ସହ ଭେଟିବାର ସୁଯୋଗ ମିଳିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।