You are currently viewing ଉତ୍ତରପ୍ରଦେଶରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତରପ୍ରଦେଶରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪/୦୯: ରାଷ୍ଟ୍ରୀୟ ପୋଷଣ ମାସ ଅଧୀନରେ ନିଆଯାଇଥିବା ଉଦ୍ୟମ ଏବଂ ନୂଆ ଯୋଜନା ଦ୍ୱାରା ପିଲା ମାନଙ୍କ ମଧ୍ୟରେ ମଧ୍ୟାହ୍ଣ ଭୋଜନ ପ୍ରତି ଲୋକପ୍ରିୟତା ବଢିଛି ବୋଲି ଗୁରୁବାର ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କରିବା ସହ ସାଧାରଣ ସଭା ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନରେ ସିଦ୍ଧାର୍ଥନଗର ସ୍ଥିତ ମଧୁବେନିଆ ପ୍ରାଥମିକ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ସେ କହିଛନ୍ତି ଯେ ସନ୍ତୁଳିତ ଭାବରେ ସୁସ୍ଥ ଖାଦ୍ୟକୁ ଏକ ଜନଆନ୍ଦୋଳନ କରିବା ଏବଂ ପୋଷଣ ଗତିବିଧିକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ପରିକଳ୍ପନା ଅପପୃଷ୍ଟିକୁ ସମାପ୍ତ କରିବାରେ ସକରାତ୍ମକ ପରିବର୍ତନ ଆଣିବ ବୋଲି ସେ କହିଛନ୍ତିା କେନ୍ଦ୍ରୀୟ ବିଦ୍ୟାଳୟର ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଭବନ ସ୍ଥାନୀୟ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଧୁନିକ ଏବଂ ସର୍ବୋତମ ସୁବିଧା ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ମାଧ୍ୟମ ହେବ । ଯେତେବେଳେ ଗୋଟିଏ ପିଲା ଶିକ୍ଷିତ ହୁଏ ସେତେବେଳେ ତାହାର ଲାଭ ପରିବାରକୁ ମିଳିଥାଏ । ଏହି ପବିତ୍ର ଭୂମିରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରି ପିଲାମାନେ ଦେଶର ଭବିଷ୍ୟତର ନେତୃତ୍ୱକର୍ତା ବେବେ । ପ୍ରଭାରୀ ଦାୟିତ୍ୱ ମିଳିବା ପରେ ନିଜ ପ୍ରଥମ ଉତ୍ତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବିକାଶ ପାଇଁ ଅଭୁତପୂର୍ବ ପ୍ରାଥମିକତା ଦେଇଛନ୍ତି । ଆଜି ଲୋକାର୍ପିତ ବିଦ୍ୟାଳୟ ଭବନ ହେଉ କିମ୍ବା ଆଗାମୀ ଦିନ ଗୁଡ଼ିକରେ ମେଡ଼ିକାଲ କଲେଜ୍ ନିର୍ମାଣ, ଏହା ବିଜେପିର ଡ଼ବଲ ଇଞ୍ଜିନର ବିକାଶର ପ୍ରାଥମିକତାର ପରିଚୟ । ଉଜ୍ଜ୍ୱଳା ଭଳି ଯୋଜନା ଦ୍ୱାରା ଗରିବ ମାଆ ଭଉଣୀଙ୍କୁ ସଶକ୍ତ କରିବା ହେଉ କିମ୍ବା ଟିକାକରଣ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଉତ୍ତରପ୍ରଦେଶ ଆଜି ସବୁ କ୍ଷେତ୍ରରେ ଉପଲବ୍ଧିର ନୂଆ ରେକର୍ଡ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ସାଢ଼େ ୪ ବର୍ଷରେ ରାଜ୍ୟର ପ୍ରତିଛବି ପରିବର୍ତନ କରିଛନ୍ତି । ବୈଶ୍ୱିକ ଚ୍ୟାଲେଞ୍ଜ୍ ସମୟରେ ଆଜି ଭାରତ ଦୁନିଆ ଆଗରେ ଏକ ଉଦାହରଣ ଭାବେ ଉଭା ହେଉଛି । ଉତରପ୍ରଦେଶ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଶ୍ୱରେ ଦୁନିଆ ଆଗରେ ନୂଆ କୀର୍ତିମାନ ସ୍ଥାପିତ କରୁଛି । ବିକାଶର ଏହି ଧାରାକୁ ବଜାୟ ରଖିବା ପାଇଁ ୨୦୨୨ରେ ମଧ୍ୟ ରାଜ୍ୟରେ ଯୋଗୀ ସରକାରର ଆବଶ୍ୟକତା ରହିଛି । ସବୁ କ୍ଷେତ୍ରରେ ରାଜ୍ୟକୁ ୧ ନମ୍ବର କରିବାର ନେତା ହେଉଛି ଯୋଗୀ ଆଦିତ୍ୟନାଥ । ରାଜ୍ୟରେ ସୁବ୍ୟବସ୍ଥା, ସୁଶାସନ ତଥା ଭଲ ନେତୃତ୍ୱ ରହିଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଡ଼ବଲ ଇଞ୍ଜିନର ଗତି ତ୍ୱରାନ୍ୱିତ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ସେବା ସମର୍ପଣ ଅଭିଯାନ ଅନ୍ତର୍ଗତ ଉତରପ୍ରଦେଶ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଉପରେ ପ୍ରଦର୍ଶନୀର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହା ସହ ଆକାଶମାର୍ଗରୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରକୁ ଦେଖିବାର ସାନ୍ନିଧ୍ୟ ଲାଭ କରିଥିଲେ । ୟୁପିରେ ସିଦ୍ଧାର୍ଥନଗରରେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବ୍ରହ୍ମଲୀନ ଗୋରକ୍ଷପିଠାଧୀଶ୍ୱର ମହନ୍ତ ଦିଗବିଜୟନାଥ ମହାରାଜଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଉଲ୍ଲେଖନୀୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲକ୍ଷେ୍ନା ଠାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ, ବିଧାନସଭା ସହପ୍ରଭାରୀ, ପଦାଧିକାରୀଙ୍କ ସହ ସାଂଗଠନିକ ବୈଠକରେ ଯୋଗଦେଇଥିଲେ

ଅନ୍ୟମାନଙ୍କୁ ଜଣାନ୍ତୁ।