You are currently viewing ବାତ୍ୟା ପାଇଁ ଘୁଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା

ବାତ୍ୟା ପାଇଁ ଘୁଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା

  • Post category:ଓଡିଶା
  • Reading time:1 mins read

ପୁରୀ(ଏ ଏନ ଏସ) ୧୩.୧୦.୨୦୨୧, ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା । ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ଅକ୍ଟୋବର ୧୮ ତାରିଖରେ ହେବ ବୋଲି ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ଏହାକୁ ସ୍ଥଗିତ ରଖାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ମଧ୍ୟ ବାତିଲ ହୋଇଛି । ଭୂମିପୂଜାରେ ସାମିଲ ହେବାକୁ ୧୮ରେ ପୁରୀ ଯାଇଥାନ୍ତେ ନବୀନ। ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଗଲା । ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପ ନେବାର ଆଶଙ୍କା କରାଯିବା ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭୂମିପୂଜା ସ୍ଥଗୀତ ରଖାଯାଇଛି । ପୁଣି ଥରେ କାର୍ଯ୍ୟକ୍ରମ ତାରିଖ ନିର୍ଦ୍ଧାରଣ କରାଯିବ ।

ଉଲ୍ଲେଖଯୋଗ୍ୟ, ଗତକାଲି ଛତିଶାନିଯୋଗ ବୈଠକରେ ଭୂମିପୂଜନ ତାରିଖ ଧାର୍ଯ୍ୟ ହୋଇଥିଲା। ଆସନ୍ତା ୧୮ ତାରିଖରେ ଭୂମିପୂଜନ ହେବାକୁ ନିଷ୍ପତ୍ତି ହୋଇଥିଲା । ଭୂମିପୂଜାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବାରଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।