You are currently viewing ସାଇବର ଲୁଟେରାକୁ କାବୁ କଲା ପୋଲିସ

ସାଇବର ଲୁଟେରାକୁ କାବୁ କଲା ପୋଲିସ

ରାଉରକେଲା(ଏଏନଏସ) ୨୨.୧୧.୨୦୨୧, ରାଉରକେଲା ପୋଲିସ ହାତରେ ଧରାପଡିଲା ସାଇବର ଲୁଟେରା । ୫୦ ହଜାର ଟଙ୍କା ସହ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଜବତ କରିଛି ପୋଲିସ। ରାଉରକେଲାର ଜଣେ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିଲା ଏହି ଲୁଟେରା।
ସୁଚନାଅନୁସାରେ, ଅନଲାଇନ ମାଧ୍ୟମରେ ସେୟାର ମାର୍କେଟରେ ପଇସା ବିନିଯୋଗ କରିବାକୁ ପାଇଁ କହି ରାଉରକେଲାର ଯୁବକଙ୍କ ଠାରୁ ୧୫ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲା । ଏନେଇ ଯୁବକ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସାଇବର ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଆଜି ଏହି ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗୁଜୁରାଟର ୨୦ ବର୍ଷୀୟ ଯୁବକ ରଭଲ ଭାବିକ ବିଷ୍ଣୁଭାଇ। ତାଙ୍କଠାରୁ ୫୦ ହଜାର ଟଙ୍କା ସହ ମୋବାଇଲ ଓ ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଜବତ ହୋଇଛି । ରାଉରକେଲା ପୋଲିସ ଆଜି ବିଷ୍ଣୁ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।