You are currently viewing ଓମିକ୍ରନ୍ ବଢ଼ାଉଛି ଚିନ୍ତା, ଦେଶରୁ ଓଡିଶା ଫେରିଛନ୍ତି ୩୮୦

ଓମିକ୍ରନ୍ ବଢ଼ାଉଛି ଚିନ୍ତା, ଦେଶରୁ ଓଡିଶା ଫେରିଛନ୍ତି ୩୮୦

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୨.୧୨.୨୦୨୧, କରୋନା ଭାଇରସର ନୂଆ ପ୍ରଜାତି ଓମିକ୍ରନ ଏବେ ଚିନ୍ତା ବଢ଼ାଇଲାଣି ।  ଏହା ଅଧିକ ମାରତ୍ମକ ହୋଇଥିବାରୁ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଉଛି । ତେବେ ଏପର୍ଯ୍ୟନ୍ତ ୨୪ଟି ଦେଶ ଏହା ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଓମିକ୍ରନ୍‌ ରିସ୍କ ଦେଶରୁ ଓଡିଶାକୁ ବର୍ତ୍ତମାନ ଫେରିଛନ୍ତି ୩୮୦ଜଣ । ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଯାଏଁ ମୋଟ ୩୮୦ ଜଣ ଓଡ଼ିଶା ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ଜଣ । ଏହାପରେ ୨୯ ତାରିଖରେ ଆଉ ୧୫୬ଜଣ ଆସିଛନ୍ତି । ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ଯଦି ଏହି ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସେ ତେବେ ସେମାନଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ ।
କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ ଚାଲୁ ରହିଛି । କରୋନା ପାଇ ଏୟାରପୋର୍ଟ ରେ କଟକଣାକୁ ଜୋରଦାର କରାଯାଉଛି । ବିଦେଶରୁ ଆସୁଥିବା ଯାତ୍ରୀ ନେଗେଟିଭ୍ ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ ରହିଛି । ସେହିପରି ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ଗାଇଡ଼ ଲାଇନ୍‌ ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।