You are currently viewing ବାଳିକା ସ୍କୁଲରେ ୯ ଜଣ ଛାତ୍ରୀ କରୋନା ଆକ୍ରାନ୍ତ

ବାଳିକା ସ୍କୁଲରେ ୯ ଜଣ ଛାତ୍ରୀ କରୋନା ଆକ୍ରାନ୍ତ

  • Post category:ଓଡିଶା
  • Reading time:1 mins read

ଯାଜପୁର(ଏଏନଏସ) ୦୭.୧୨.୨୦୨୧, କରୋନା ସଂକ୍ରମଣ କମୁଥିବାବେଳେ ଏବେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣ କମିବା ପରେ ସ୍କୁଲ କଲେଜ ଖୋଲିଛି । ତେବେ ସ୍କୁଲରେ ଅନେକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆଜି ଦଶରଥପୁର ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ତେବେ ମୋଟ ୧୯୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି । ସ୍କୁଲ କତ୍ତୁପକ୍ଷ ଏହି ସୁଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।