You are currently viewing ଆଜିଠୁ ୭ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ

ଆଜିଠୁ ୭ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୫.୧୨.୨୦୨୧, ଆଜିଠୁ ଆରମ୍ଭ ହେଲା ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ର ଉଦ୍ଘାଟନ କରିଛନ୍ତି । ତେବେ ଆଜିଠୁ ୩ ମାସ ଧରି ଚାଲିବ ଇକୋ ରିଟ୍ରିଟ୍‌ ମହୋତ୍ସବ । ପ୍ରଥମ ଥର ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୭ଟି ସ୍ଥାନରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍‌ । ୭ ସ୍ଥାନ ହେଲା- କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ,ଦାରିଙ୍ଗବାଡ଼ି,ପତି ସୋନପୁର ଓ କୋରାପୁଟ । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ହୋଇଥିଲା । ଚଳିତ ବର୍ଷ ପୂର୍ବ ୫ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ । ତେବେ ଚଳିତବର୍ଷ ୨ଟି ନୂଆ ସ୍ଥାନ ଗଞ୍ଜାମର ପତି ସୋନପୁର ଏବଂ କୋରାପୁଟର ପୁଟସିଲ୍‌ରେ ଏହି ବିଶାଳ ଉତ୍ସବ ଆୟୋଜନ ହେଉଛି । ବିଭାଗର ଜଣେ ଅଧିକାରୀ ସୂଚନା ମୁତାବକ, ଏଥର ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ପସନ୍ଦ ରହିଛି କୋଣାର୍କ ଏବଂ ଭିତରକନିକାା। ସର୍ବାଧିକ ପର୍ଯ୍ୟଟକ ଉକ୍ତ ସ୍ଥଳ ଲାଗି ବୁକିଂ କରିଛନ୍ତି । ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷା, ନିରାପତ୍ତା ସହିତ ବିଭିନ୍ନ ସୁବିଧାସୁଯୋଗ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।