You are currently viewing ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ନୂଆପଡା (ଏଏନଏସ) ୨୫/୦୧: ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ।  ସେ ହେଉଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅରେଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ  ଚନ୍ଦ୍ରମଣି ଶବର । ସୂଚନା ଅନୁଯାୟୀ  ସୋମବାର ରାତିରେ ହଠାତ ଚନ୍ଦ୍ରମଣି  ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଖଡିଆଳ ମେଡିକାଲ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଚଳିତ ପଞ୍ଚାୟତ ନିର୍ବାଚନରେ ଖଡିଆଳ ବ୍ଲକ୍ ଅରେଡା ଗ୍ରାମ ପଞ୍ଚାୟତ ପାଇଁ ସମିତି ସଭ୍ୟା ପ୍ରାର୍ଥିନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।