You are currently viewing ସୁବର୍ଣ୍ଣପୁର: ଯୌତୁକ ପାଇଁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର: ଯୌତୁକ ପାଇଁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର(ଏଏନଏସ) ୦୩/୦୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିମ୍ନା ଗାଁରେ ଅଭାବନୀୟ ଘଟଣା  । ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ ଘର ଲୋକେ।  ସୂଚନାଯୋଗ୍ୟ ୫  ବର୍ଷ ପୂର୍ବରୁ ବୌଦ୍ଧ ଜିଲ୍ଲା ଗବଯୋର ଗାଁର କାର୍ତ୍ତିକ ମହେରଙ୍କ ଝିଅ ରଶ୍ମିତାଙ୍କୁ  ଅଶୋକ ମେହେର ବିବାହ କରିଥିଲେ  । ଝିଅକୁ ଯୌତୁକ ପାଇଁ  ସ୍ବାମୀ ସବୁବେଳେ  ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ରଶ୍ମିତାଙ୍କ ବାପଘର  ଲୋକେ  । 

ଏନେଇ ସ୍ବାମୀ ଅଶୋକ ମେହେର  ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ମୃତ ରଶ୍ମିତାଙ୍କ  ବାପା ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।   ଅନ୍ୟପଟେ ଅଭିଯୋଗ ଅନୁଯାୟୀ ଉଲୁଣ୍ଡା ପୋଲିସ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।