You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କମିଲା ସଂକ୍ରମଣ, ଆଜି ରାଜ୍ୟରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ |
୨. ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇଲା କେନ୍ଦ୍ର, ଏଭଳି ଅଧ୍ୟାଦେଶ ଆଣିବା ବିଧାନସଭା କ୍ଷମତା ବାହାରେ,ଏହି ଅଧ୍ୟାଦେଶ ୧୯୫୮AMASR ଆଇନର ଉଲ୍ଲଂଘନ କରୁଛି -କେନ୍ଦ୍ର |
୩. ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ: ଦୋଷ ମାନିଲା ଅଭିଯୁକ୍ତ, କହିଲା ଭଲ ଲାଗିଲାନି ଭାଙ୍ଗିଦେଲି, ଅଭିଯୁକ୍ତ ଜଣକ ତାଙ୍କ ଜଗନ ମହାପାତ୍ର, ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ ।
୪. ଧାମନଗର ଏନ୍ଏସିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ, ମୋଟ ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପିର ବିଜୟ |
୫. ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ରେଡ |
୬. ଗଞ୍ଜାମ ଧରାକୋଟ ବାଖରକଟା ଗାଁରେ ଦଣ୍ଡଯାତ୍ରା ପଣା ପିଇ ବ୍ୟାପିଲା ହଇଜା, ପଣା ପିଇ ଦୁଇ ମୃତ, ୫୦ରୁ ଅଧିକ ଆକ୍ରାନ୍ତ |
୭. ରିମାଣ୍ଡରେ ଯିବେ ନକଲି ଡାକ୍ତର ସ୍ୱାମୀ ଓ ଡାକ୍ତରଙ୍କ ଅସଲି ସ୍ତ୍ରୀ, ୭ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ର ଯୋଜନା |
୮. ବ୍ରହ୍ମପୁର ସୁରଙ୍ଗି ନିକଟ ଟିଟି ଗ୍ରାମରେ ବନ ବିଭାଗର ଚଢ଼ାଉ, କାଠ ପଟା, ଟ୍ରାକ୍ଟର ସହ ବନ୍ୟଜନ୍ତୁଙ୍କ ସାମଗ୍ରୀ ଜବତ, ଜଣେ ଗିରଫ |
୯. ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ଅନ୍ତର୍ଗତ କୁଠଡିହା ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି |
୧୦. ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏଖ ଘୂର୍ଣ୍ଣିବଳୟ ସୃଷ୍ଟି, ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା |

ଅନ୍ୟମାନଙ୍କୁ ଜଣାନ୍ତୁ।