You are currently viewing ଲୁଟି ନେଲେ ୧୫ଭରି ସୁନା

ଲୁଟି ନେଲେ ୧୫ଭରି ସୁନା

  • Post category:ଓଡିଶା
  • Reading time:1 mins read

ଆନନ୍ଦପୁର(ଏଏନଏସ) ୨୯/୦୫, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆ ଗାଁରେ ଲୁଟ୍‌ ନେଇ ଥାନାରେ ଅଭିଯୋଗ ହୋଇଛି । ଝରକାର ଗ୍ରୀଲ ତାଡି ନେଇଗଲେ ଲୁଟେରା । ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା। ଖବର ଅନୁଯାୟୀ,  ଶନିବାର ରାତିରେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ପରିବାର ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଘର ଝରକାର ଗ୍ରୀଲ୍‌ ତାଡି ଲୁଟ୍‌ କରିଛନ୍ତି ।

ଘରେ ଥିବା ଆଲ୍‌ମିରା ଭାଙ୍ଗି ଟଙ୍କା  ଓ ସୁନା ଅଳଙ୍କାର ଚୋରି କରିଛନ୍ତି । ନଗଦ ୫୨ ହଜାର ଟଙ୍କା ଓ ୧୫ ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଲୁଟ୍‌ ପରେ ଲୁଟେରାମାନେ ଘରର ତାଜା ଉପରେ କମ୍ବଳ ଛାଡି ଦେଇଛନ୍ତି ।ସେପଟେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।