ଭୁବନେଶ୍ୱର(ଏଏନଏସ)୨୦/୧୦, ବଢିଲା ଶ୍ରମିକଙ୍କ ମଜୁରୀ । କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ ଟଙ୍କା ହୋଇଛି ।ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ବି ୭ ଟଙ୍କା ବଢି ୩୭୩ ଟଙ୍କାରେ ପହଞ୍ଚିଛି । ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭ଟଙ୍କା ବଢିଛି । ଫଳରେ ଏବେ ଏହା ୩୩୩ ଟଙ୍କା ହୋଇଛି । ସେହିପରି ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି। ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବଢିଲା ଶ୍ରମିକଙ୍କ ମଜୁରୀ
- Post published:October 20, 2022
- Post category:ଓଡିଶା
- Reading time:1 mins read