You are currently viewing ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ: ମହାପ୍ରଭୁଙ୍କ ଦର୍ଶନ ସହ ପରିଦର୍ଶନ କଲେ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ

ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ: ମହାପ୍ରଭୁଙ୍କ ଦର୍ଶନ ସହ ପରିଦର୍ଶନ କଲେ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ

ଭୁବନେଶ୍ୱର(ଏଏନଏସ୍): ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥିଲେ । ଏହା ପରେ ଆଣ୍ଠୁମାଡ଼ି ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ । କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।

ଏହାପରେ ମନ୍ଦିରରୁ ବାହାରି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଯାଇଥିଲେ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଥିଲେ । ଏହାପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ମେରୀ ମାଟି ମେରା ଦେଶ କାର୍ୟ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପଂଚପ୍ରାଣ ଶପଥ ଗ୍ରହଣ କରିଥିଲେ। ପରେ

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି । ଏହାପରେ ଭୁବନେଶ୍ୱର ଫେରି ହୋଟେଲ ମେ’ଫେୟାରରେ କୁଇ ଓ ଦେଶିୟା ଭାଷାରେ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବେ। ଅପରାହ୍ନ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟର ସଭାଗୃହଠାରେ ବିଂଶତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।