ବଲିଉଡ ଅଭିନେତା ଇମ୍ରାନ ଖାନ ଅଭିନୟ ଜଗତ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଥିଲେ ଇମ୍ରାନ । ଇମ୍ରାନ ୧୩ ଜାନୁଆରୀ ୧୯୮୩ ରେ ମାଦିସନ ୟୁଏସଏରେ ଜନ୍ମ ଗ୍ରହଣ କରିଥିଲେ । ଇମ୍ରାନଙ୍କ ବଲିଉଡ ଛାଡିବା ନିଷ୍ପତ୍ତିକୁ ଇମ୍ରାନଙ୍କ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ ଓବରୟ ସୂଚନା ଦେଇଛନ୍ତି । ସେ ଆଉମଧ୍ୟ କହିଛନ୍ତି ଯେ, ଇମ୍ରାନ ଫିଲ୍ମରେ ନଜର ନଆସି ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ । ଇମ୍ରାନ ବହୁତ ଗୁଡିଏ ବଲିଉଡ ଫିଲ୍ମରେ ଅଭିନୟ ଯେପରି କି, ଜାନେ ତୁ ୟା ଜାନେ ନା, କଟିବଟି, ମେରେ ବ୍ରଦର କି ଦୁଲହନିଆ, ଆଇ ହେଟ ଲଭ ଷ୍ଟୋରୀ ଇତ୍ୟାଦି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।
ଅଭିନୟ ଜଗତକୁ ବିଦାୟ ଦେଲେ ଏହି ଚର୍ଚ୍ଚିତ ଅଭିନେତା
- Post published:November 18, 2020
- Post category:ମନୋରଞ୍ଜନ
- Reading time:1 mins read