You are currently viewing କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍, ସାମ୍ନାକୁ ଆସିଲା ପ୍ରକୃତ ଦୃଶ୍ୟ

କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍, ସାମ୍ନାକୁ ଆସିଲା ପ୍ରକୃତ ଦୃଶ୍ୟ

ଏଏନଏସ୍: ସାମ୍ନାକୁ ଆସିଲା ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଦୃଶ୍ୟ। କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍। ପୂର୍ବ ଘୋଷଣା ଅନୁଯାୟୀ ସୋମବାର ସିଏନବିଟିର ଖାନନଗର ରାସ୍ତାରେ ବସ୍ ଚାଲିପାରିନାହିଁ। ଜାତୀୟସ୍ତରର ବସ୍ ଟର୍ମିନାଲ ସିଏନବିଟି ରୌପ୍ୟନଗରୀ ରୂପାନ୍ତରଣର ନୂଆ ଅଧ୍ୟାୟ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଗତ ୧୬ ତାରିଖରେ ବହୁ ଆଡମ୍ବରରେ ଉଦଘାଟନ କରିଥାଏ। କିନ୍ତୁ ଉଦଘାଟନକୁ ମାତ୍ର ୨ ଦିନ ବିତିନି ଏହାର ପ୍ରକୃତ ଦୃଶ୍ୟ ସାମ୍ନାକୁ ଆସିସାରିଛି।

ବସ୍ ଷ୍ଟାଣ୍ଡରେ କେଉଁଠି ପାଣି ନାହିଁ ତ, କେଉଁଠି ନବନିର୍ମିତ ବ୍ଲକ ବିପର୍ୟ୍ୟସ୍ତ ହୋଇପଡିଛି। ଦୋକାନ ନଥିବାରୁ ଯାତ୍ରୀଙ୍କ ପାଇଁ ଚା’ ବିସ୍କୁଟ ପାଣି କିଣିବାକୁ ପର୍ୟ୍ୟାପ୍ତ ବ୍ୟବସ୍ଥା ବି ନାହିଁ। ସେପଟେ ଭିତିଭୂମି ପ୍ରସ୍ତୁତ ହୋଇନଥିବା ବେଳେ କାହିଁକି ଏଭଳି ତରବରିଆ ଢଙ୍ଗରେ ସିଏନବିଟିକୁ ଉଦଘାଟନ କରାଗଲା, ସେନେଇ ପ୍ରଶ୍ନ ଉଠିଛି? ପ୍ରଥମ ଦିନରେ ଖାନନଗର ରାସ୍ତା ଦେଇ ଟର୍ମିନାଲରୁ ୫ଶହରୁ ଅଧିକ ବସ୍ ଯିବାର ଥିବା ବେଳେ ଏହାକୁ ଶେଷ ସମୟରେ ବନ୍ଦ କରିଛି ପ୍ରଶାସନ। ଫଳରେ ସମସ୍ତ ବସ୍ ବାଦାମବାଡି ଟ୍ରାଫିକ ଛକ ଦେଇ ଲିଙ୍କ ରୋଡ ଯିବା କାରଣରୁ ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଯାହା ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।