Pandian

ଉମରକୋଟ ଗସ୍ତବେଳେ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ

ଏଏନଏସ: ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିବାର୍ଚନ ଅଧିକାରୀ। ସୂଚନାଯୋଗ୍ୟ ଆଜି ନିର୍ବାଚନ ପାଇଁ ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲକପ୍ଟର ଯାଞ୍ଚ ହୋଇଥିବା ବେଳେ ହେଲକପ୍ଟରରୁ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା । ତେବେ ନିର୍ବାଚନୀ ପ୍ରଚାର ସମୟରେ ଏପରି ଯାଞ୍ଚ ସ୍ୱାଭାବିକ ବୋଲି କୁହାଯାଇଛି ।

ଆଜି ଉମରକୋଟ ଗସ୍ତରେ ଯାଇ ସେଠାରେ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ ପାଣ୍ଡିଆନ୍ । ଜନସଭାରେ ପାଣ୍ଡିଆନ ସମ୍ବୋଧନ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । 

ଅନ୍ୟମାନଙ୍କୁ ଜଣାନ୍ତୁ।