You are currently viewing ବିଜେପିରେ ସାମିଲ ହେଲେ ସ୍ୱାଧୀନ ପ୍ରାର୍ଥୀ : ବିଜେପି ସଂଖ୍ୟା ୮୦ ଛୁଇଁଲା

ବିଜେପିରେ ସାମିଲ ହେଲେ ସ୍ୱାଧୀନ ପ୍ରାର୍ଥୀ : ବିଜେପି ସଂଖ୍ୟା ୮୦ ଛୁଇଁଲା

ଏଏନଏସ: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବାଜିମାତ କରିଛନ୍ତି ହିମାଂଶୁ ସାହୁ। ଗତକାଲି ବିଜୟୀ ହେବା ପରେ ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆସି ଭେଟିଥିଲେ। ପରେ ବିଜେପିରେ ସାମିଲ ହୋଇଛନ୍ତି ହିମାଂଶୁ ସାହୁ।

ସୂଚନା ଯୋଗ୍ୟ ,ନିର୍ବାଚନ କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ। କିନ୍ତୁ ଦଳରୁ ତାଙ୍କୁ ଟିକେଟ ନମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତ ରାୟଙ୍କୁ ୪୧୫୦ ଭୋଟରେ ହରେଇଥିଲେ। ଏବେ ଆଗକୁ ଦଳ ଭିତରେ ରହି କାମ କରିବେ ବୋଲି କହିଛନ୍ତି ହିମାଂଶୁ ।

ଗତକାଲି ଚଳିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ହିମାଂଶୁ ସାହୁ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନର ଫଳାଫଳ ଅନୁଯାୟୀ ରାଜ୍ୟ ବିଧାନସଭାରେ ବିଜେପି ଦଳ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଥିବା ବେଳେ ଦଳର ବିଧାୟକ ସଂଖ୍ୟା ୭୯ରୁ ୮୦ରେ ପହଞ୍ଚିଛି। ହିମାଂଶୁ ସାହୁ ଯାଜପୁର ଜିଲ୍ଲାର ଜଣେ ଟାଣୁଆ ନେତା ହୋଇଥିବାରୁ ଆଗାମୀ ଦିନରେ ବିଜେପି ଦଳ ଜିଲ୍ଲାରେ ତାର ସାଗଂଠନିକ ସ୍ଥିତି ଦୃଢ କରିବାରେ ସକ୍ଷମ ହୋଇପାରିବ।

ଅନ୍ୟମାନଙ୍କୁ ଜଣାନ୍ତୁ।