You are currently viewing ୟୁପିରେ ବଡ ରେଳ ଦୁର୍ଘଟଣା : ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ, ଦୁଇ ମୃତ ଅନେକ ଆହତ

ୟୁପିରେ ବଡ ରେଳ ଦୁର୍ଘଟଣା : ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ, ଦୁଇ ମୃତ ଅନେକ ଆହତ

ଏଏନଏସ : ଉତ୍ତରପ୍ରଦେଶ ଗୋଣ୍ଡାଠାରେ ଏକ ବଡ ରେଳ ଦୁର୍ଘଟଣା ଘଟିଛି । ଗୋରଖପୁର ଦେଇ ଚଣ୍ଡିଗଡରୁ ଆସାମର ଡିବ୍ରୃଗଡ ଯାଉଥିବା ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହାତ ହୋଇଥିବାର ସୂଚନା ମିଳିଛି । ଗୋରଖପୁର ମୋତିଗଞ୍ଜ ସୀମାରେ ଏହି ଘଟଣା ଘଟିଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳବାଇର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଜି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କ୍ଷତିଗ୍ରସ୍ତ ବଗିରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଦୁର୍ଘଟଣା ସମ୍ପର୍କରେ ରେଳବାଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।