You are currently viewing ଏଣିକି ପାଠ ପଢ଼ାଇବେ ଅବସରପ୍ରାପ୍ତ ଶିକ୍ଷକ : ଆଲୋଚନା ହୋଇ ଦିଆଯିବ ନିଯୁକ୍ତି

ଏଣିକି ପାଠ ପଢ଼ାଇବେ ଅବସରପ୍ରାପ୍ତ ଶିକ୍ଷକ : ଆଲୋଚନା ହୋଇ ଦିଆଯିବ ନିଯୁକ୍ତି

ଏଏନଏସ: ଏଣିକି ଅବସରପ୍ରାପ୍ତ ଶିକ୍ଷକ ପଢ଼ାଇବେ ପାଠ ।  ଏନେଇ ବକ୍ତବ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେମାନଙ୍କ ସହ ଚୁକ୍ତି ହେବ ଏବଂ ଚୁକ୍ତି ହେବା ପରେ ଅଧିକ ଆଲୋଚନା କରାଯାଇ ଶିକ୍ଷା ଦାନ କାର୍ଯ୍ୟରେ ନିୟୋଜିତ କରାଯିବ।

ଏଥିସହ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମ ଦିନ ଭିତରେ ନୂଆ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରିବ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ବିଭାଗର ସମୀକ୍ଷା କରିବା ସମୟରେ କିଛି ସ୍କୁଲକୁ ବହି ନପହଞ୍ଚିଥିବା ସମୟରେ ଅଭିଯୋଗ ହୋଇଥିଲା । ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଯଥା ଶୀଘ୍ର ସମ୍ପୃକ୍ତ ବିଦ୍ୟାଳୟ ଗୋଡ଼ିକରେ ବହି ପଠେଇବା ଆଦେଶ ଦେଇଥିଲେ।

 

 

ଅନ୍ୟମାନଙ୍କୁ ଜଣାନ୍ତୁ।