You are currently viewing ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୧୫ ମୃତ

ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୧୫ ମୃତ

ନୂଆଦିଲ୍ଲୀ: ବାଂଲାଦେଶର କିଶୋରଗଂଜରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି। ଟ୍ରେନଟି ଏକ ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଛି । ଦୁର୍ଘଟଣାରେ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଢ଼ାକାରୁ ପାଖାପାଖି ୮୦ କିଲୋମିଟର ଦୂର ଭୈରବ ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ ମାଲଗାଡ଼ି ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ରହିଛି ।

ଅନେକ ଆହତ ହୋଇଥିବା ଲୋକ ରେଳଡବା ତଳେ ରହିଛନ୍ତି । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀର ୫ଜଣିଆ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି ଯେ, ମୃତୁ୍ୟସଂଖ୍ୟ ବଢ଼ିବାର ଆଶଙ୍କା ରହିଛି । ଯୁଦ୍ଧକାଳିନ ଭିତ୍ତିରେ ଉତ୍ତାରକାର୍ଯ୍ୟ ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।