You are currently viewing କମିଲା ବିମାନ ଭଡ଼ା

କମିଲା ବିମାନ ଭଡ଼ା

ନୂଆଦିଲ୍ଲୀ: ଆରାମ ସହ ସୁଲଭ ମୂଲ୍ୟର ଯାତ୍ରା କରିବାର ସୁଯୋଗ ଦେଉଥିବାରୁ କମ ସମୟରେ ଲୋକଙ୍କର ପ୍ରିୟ ହୋଇପାରିଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍। ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରୁଥିବା ବେଳେ ଆଗକୁ ମଧ୍ୟ ଆହୁରି ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ ସହିତ ବିମାନ ଭଡା ୨୦-୩୦% ହ୍ରାସ ପାଇଛି।

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ ହେବା ପରଠାରୁ ଲୋକେ କମ ସମୟ ଓ କମ ଟଙ୍କାରେ ଗୋଟେ ସହରରୁ ଅନ୍ୟ ସହରକୁ ଯାଇପାରୁଛନ୍ତି। ସେଥିପାଇଁ ବିମାନ ପରିବର୍ତ୍ତେ ଲୋକେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଅନ୍ୟପଟେ ଯାତ୍ରୀ ସଂଖ୍ୟା କମୁଥିବା ଦେଖି ବିମାନ କମ୍ପାନିମାନେ ଭଡ଼ା ୨୦-୩୦% ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହେବା ପରଠାରୁ ଧିରେ ଧିରେ ଏହା ଲୋକଙ୍କର ମନ କିଣିଥିଲା। ଟ୍ରେନରେ ଲାଗିଥିବା ହାଇଟେକ୍ ଜିନିଷ ଓ ପରିସ୍କାର ପରିଚ୍ଛନ୍ନତା ପାଇଁ ଲୋକେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।