You are currently viewing ଜାଣନ୍ତୁ ଏୟାରଟେଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ

ଜାଣନ୍ତୁ ଏୟାରଟେଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ

ନୂଆଦିଲ୍ଲୀ-୦୨.୦୨.୨୦୨୨, ଯଦି ଆପଣ ଏୟାରଟେଲର ଗ୍ରାହକ ଅଟନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଏୟାରଟେଲ ଆଣିଦେଇଛି ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ ।  ଆଜି ଆମେ ଆପଣଙ୍କୁ ୨୦୨୨ବର୍ଷ ପାଇଁ ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ ୫୮ ଟଙ୍କା ମୂଲ୍ୟର ଡାଟା ଭାଉଚର ଆକାରରେ ଉପଲବ୍ଧ ।ଏଥିରେ କେବଳ ୩ ଜିବି ଡାଟା ମିଳିଥାଏ । ଆସନ୍ତୁ ଏୟାରଟେଲର ଆହୁରି ଅନେକ ଶସ୍ତା ପ୍ଲାନ ବିଷୟରେ ଜାଣିବା ଯେଉଁଥିରେ ଡାଟା, କଲ୍, SMS ଭଳି ଅନେକ ସୁବିଧା ଉପଲବ୍ଧ ।
ଏୟାରଟେଲ ୯୯ ଟଙ୍କା ପ୍ଲାନ୍-
  ଗତ ବର୍ଷ ପ୍ରିପେଡ୍ ଶୁଳ୍କ ବୃଦ୍ଧି ପରେ ୭୯ ଟଙ୍କା ପ୍ଲାନ୍  ମୂଲ୍ୟ ୯୯ ଟଙ୍କାକୁ ବୃଦ୍ଧି ପାଇଛି।  ଏହି ପ୍ଲାନ ସହିତ, ଉପଭୋକ୍ତାମାନେ ୨୦୦ MB ଡାଟା, ୯୯ ଟକ୍ ଟାଇମ୍, ୧ ପଇସାରେ ଶୁଳ୍କ କଲ୍ ପାଆନ୍ତି । ପ୍ରତି ୧ ସେକେଣ୍ଡରେ ଏବଂ ଲୋକାଲ SMS ପାଇଁ ୧.୫ ଟଙ୍କା ଚାର୍ଜ କରିବ ।  ଭାରତରେ ଉପଲବ୍ଧ ସବୁଠାରୁ ସୁଲଭ ପ୍ରିପେଡ୍ ପ୍ଲାନ ମଧ୍ୟରୁ ଏହା ହେଉଛି  ଗୋଟିଏ, ଯେଉଁଥିରେ ଭଏସ୍ କଲିଂ ଏବଂ ଡାଟା ତଥା SMS ସୁବିଧା ପ୍ରଦାନ ମିଳିଥାଏ ।
  ୨୦୨୧ ମସିହାରେ ଏୟାରଟେଲର ୪୯ ଟଙ୍କା ପ୍ୟାକ୍ ଥିବା ପ୍ଲାନକୁ ହଟାଯାଇଥିଲା। କମ୍ପାନୀ ୪୯ ଟଙ୍କା ଯୋଜନା ବନ୍ଦ କରିଦେଇଛି ଯାହା ଦ୍ୱାରା ଉପଭୋକ୍ତାମାନେ ପରବର୍ତ୍ତୀ ଶସ୍ତା ଅପସନ ୭୯ ଟଙ୍କା ସହିତ ରିଚାର୍ଜ କରିପାରିବେ। ବର୍ତ୍ତମାନ ଏହି ଯୋଜନା ପାଇଁ ଉପଭୋକ୍ତାମାନଙ୍କୁ ୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।