You are currently viewing ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖି ନିଅନ୍ତୁ ଛୁଟି ତାଲିକା

ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖି ନିଅନ୍ତୁ ଛୁଟି ତାଲିକା

ନୂଆଦିଲ୍ଲୀ-୨୩/୦୩, ଆଉ କିଛି ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ। ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ। ଏହି ମାସରେ ଅଧିକ ଛୁଟି ରହିଛି। ଆସନ୍ତା ମାସରେ ଗୁଡି ପାଡଓ୍ଵା, ଆମ୍ବେଦକର ଜୟନ୍ତୀ ଏବଂ ବୈଶାଖୀ ପରି ପର୍ବ କାରଣରୁ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁୂ ଯଦି ବ୍ୟାଙ୍କରେ କିଛି କାମ ଅଛି ତେବେ ଶୀଘ୍ର ସାରିଦିଅନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଏପ୍ରିଲ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛନ୍ତି। ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କ ମୋଟ୍ ୧୫ ଦିନ ବନ୍ଦ ରହିବ। ଏଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି ।
ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଅନେକ ଛୁଟି ଏପରି ରହିଛି, ଯାହା ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ରହିଛି। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ।
ତେବେ ଆସନ୍ତୁ ଜାଣିବା ଏପ୍ରିଲରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ –
ଏପ୍ରିଲ ୧ ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୨ ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ ଏଥି ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ । ଏପ୍ରିଲ ୩ ରବିବାର ପଡୁଛି । ସେହିପରି
ଏପ୍ରିଲ ୪ରେ ସରିହୁଲ, ଏଥିôପାଇଁ ରାଞ୍ଚିରେ ବ୍ୟାଙ୍କ ସେବା ବନ୍ଦ
ଏପ୍ରିଲ ୫ରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ, ହାଇଦ୍ରାବାଦରେ ବ୍ୟାଙ୍କ ସେବା ବନ୍ଦ ରହିବ
ଏପ୍ରିଲ ୯: ଏହା ହେଉଛି ମାସର ଦ୍ଵିତୀୟ ଶନିବାର
ଏପ୍ରିଲ ୧୦: ରବିବାର
ଏପ୍ରିଲ ୧୪: ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ
ଏପ୍ରିଲ ୧୫: ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ
ଏପ୍ରିଲ ୧୬: ବୋହାଗ ବିୟୁ, ଏହି ପର୍ବକୁ ଗୌହ୍ଵାଟୀରେ ପାଳନ କରାଯାଏ, ଯେଉଁଥିପାଇଁ ବନ୍ଦ ରରହିବ ବ୍ୟାଙ୍କ ସେବା
ଏପ୍ରିଲ ୧୭: ରବିବାର
ଏପ୍ରିଲ ୨୧: ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ
ଏପ୍ରିଲ ୨୩: ଏହା ହେଉଛି ମାସର ଚତୁର୍ଥ ଶନିବାର
ଏପ୍ରିଲ ୨୪: ରବିବାର
ଏପ୍ରିଲ ୨୯: ଶବ ଇ କଦ/ଜୁମାତ-ଉଲ-ବିଦା ପାଥଁ ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ

ଅନ୍ୟମାନଙ୍କୁ ଜଣାନ୍ତୁ।