You are currently viewing କମିଲା ଏଲପିଜି

କମିଲା ଏଲପିଜି

ନୂଆଦିଲ୍ଲୀ (୧.୧୦.୨୨) : ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଏଲପିଜି ସିଲିଣ୍ଡର ଦାମ । ଏଲପିଜି ସିଲିଣ୍ଡର ଦାମ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ବ୍ୟବସାୟିକ ସିଲିଣ୍ଡର ହ୍ରାସ ପାଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା।ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ୍ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ଏହା ଏବେ ୧୮୪୬ ଟଙ୍କାରେ ମିଳିବ। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ। ତେବେ ଘରୋଇ ସିଲିଣ୍ଡରର ଦାମ୍ ରେ ଗତ ଜୁଲାଇ ୬ ତାରିଖ ପରଠୁ କୌଣସି ପରିବର୍ତ୍ତନ ଘଟି ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।